ଢେଙ୍କାନାଳ: କବାଟ ଭାଙ୍ଗି ୩୦ ଭରି ସୁନା ଡକାୟତି

dakayati1କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଶିପୁର ଭାଲୁମୁଣ୍ଡା ସାହିରେ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ପ୍ରଫୁଲ୍ଲ ଦେହୁରୀଙ୍କ ଘରେ ଏହି ଡକାୟତି ହୋଇଛି। ୬ଜଣ ଦୁର୍ବୃତ୍ତ କବାଟ ଭାଙ୍ଗି ପ୍ରଫୁଲ୍ଲଙ୍କ ଘରେ ପଶିଥିଲେ। ସେମାନେ ପ୍ରଫୁଲ୍ଲ, ତାଙ୍କ ପତ୍ନୀ ଓ ଝିଅଙ୍କୁ ବନ୍ଧୁକ ଦେଖାଇ ୩୦ ଭରି ସୁନା ଗହଣା, ୧ଲକ୍ଷ ୬୦ହଜାର ଟଙ୍କା ଓ ୬ଟି ମୋବାଇଲ ଲୁଟି ନେଇଛନ୍ତି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।