ଢେଙ୍କାନାଳରେ ଲୁଟ୍ ଉଦ୍ୟମ ବିଫଳ, ଦୁର୍ବୃତ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଲୋକେ

ଢେଙ୍କ।ନାଳ: ଢେଙ୍କାନାଳ ସହରରେ ଆଜି ଏକ ଲୁଟ୍ ଉଦ୍ୟମକୁ ସ୍ଥାନୀୟ ଲୋକେ ପଣ୍ଡ କରି ଦେଇଛନ୍ତି। ତେବେ ଲୁଟେରାଙ୍କ ଗୁଳିମାଡରେ ଜଣେ ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଷ୍ଟେଟବ୍ୟାଙ୍କ ଶାଖା ନିକଟରେ ଏହି ଘଟଣା ଘଟିଛି।

ଅପରାହ୍ନ ପ୍ରାୟ ସାଢେ ଗୋଟାଏ ସମୟରେ ବ୍ୟାଙ୍କ ନିକଟରେ ଗହଳି ଥିବା ବେଳେ ୩ଜଣ ଯୁବକ ଏକ ବାଇକରେ ଆସିଥିଲେ। ସେମାନେ ବ୍ୟାଙ୍କ ନିକଟରେ ଥିବା ବାଇକ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ରାମେଶ୍ୱରପୁରର ସରଜୁ ପ୍ରଧାନ ସେମାନଙ୍କୁ ବିରୋଧ କରିଥିଲେ। ଏହି ସମୟରେ ଲୁଟେରାମାନେ ତାଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଏହା ଦେଖି ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଦୌଡି ଆସିବାରୁ ଲୁଟେରାମାନେ ସେମାନଙ୍କ ବାଇକ ଛାଡି ଫେରାର ହୋଇଯିବାକୁ ଚାଷ୍ଟା କରିଥିଲେ। ତେବେ ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ଗୋଡାଇ ଗୋଡାଇ ଜିଲ୍ଲପାଳଙ୍କ ଅଫିସ ସମ୍ମୁଖରେ ଧରି ଟାଉନ ପୋଲିସ ଜିମା ଦେଇଛନ୍ତି। ପୋଲିସ ସେମାନଙ୍କ ପାଖରୁ ଏକ ବନ୍ଧୁକ ଓ ଗୁଳି ଜବତ କରିଛି।

ସେହିପରି ଲୋକଙ୍କ ମାଡରେ ଜଣେ ଲୁଟେରା ଗୁରୁତର ଆହତ ହୋଇଛି। ତାକୁ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।