ଗୋଷ୍ଠୀ କନ୍ଦଳରୁ ଉତ୍ତେଜନା: ଡୁମୁଡୁମାରେ ରାସ୍ତାରୋକ, ୧୪୪ ଧାରା ଜାରି

ଭୁବନେଶ୍ୱର: ଗୋଷ୍ଠୀ କନ୍ଦଳକୁ କେନ୍ଦ୍ର କରି ଭୁବନେଶ୍ୱର ଉପକଣ୍ଠରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଡୁମୁଡୁମାରେ ରାସ୍ତାରୋକ କରିଛନ୍ତି। ଯଦୁପୁର ଓ ସରକନ୍ତରା ମଧ୍ୟରେ ରାସ୍ତାରୋକ କରାଯାଇଛି। ଏହି ଘଟଣାରେ ଉଭୟ ଗୋଷ୍ଠୀର ପ୍ରାୟ ୧୨ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅଞ୍ଚଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ୧୪୪ ଧାର ଜାରି କରାଯାଇଛି।

ଘଟଣା ସ୍ଥଳରେ ଡିସିପି ସତ୍ୟବ୍ରତ ଭୋଇ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଛନ୍ତି। ଏକ ସ୍କୁଲର ବାର୍ଷିକ ଉତ୍ସବକୁ କେନ୍ଦ୍ର କରି ଏହି ଗୋଷ୍ଠୀ କନ୍ଦଳ ହୋଇଥିବା ସୂଚନା ମିଳିଛି।