ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ଅଭିଯୁକ୍ତ ଗିରଫ

କେନ୍ଦୁଝର: ଗୁଣିଗାରେଡି ସନ୍ଦେହରେ କେନ୍ଦୁଝର ଜିଲ୍ଲାରେ ପୁଣି ଜଣେ ହତ୍ୟାର ଶିକାର ହୋଇଛନ୍ତି। ଏପରି ଅଭିଯୋଗ ଆସିଛି ବାମେବାରୀ ଥାନା ମାଲଦା ଗାଁରୁ। ଗାଁରେ ଜଣେ ବୃଦ୍ଧା ଶନିବାରୀ ମୁଣ୍ଡାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ରୟା ମୁଣ୍ଡାକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରି ଘଟଣାର ତଦନ୍ତ ଚଳାଛି।

ମୃତା ଶନିବାରୀର ନାତି ଶମରାଙ୍କ କହିବା ଅନୁସାରେ କିଛିଦିନ ତଳେ ରୟାର ବଡପୁଅ ଭିମସିଂର କୌଣସି କାରଣରୁ ମୃତ୍ୟୁ ଘଟିଥିଲା। ଶନିବାରୀ ଗୁଣିଗାରେଡି କରି ପୁଅକୁ ମାରି ଦେଇଥିବା ରୟା ସନ୍ଦେହ କରି ଏହି ହତ୍ୟାକାଣ୍ଡ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ଅକ୍ଟୋବର ୯ ତାରିଖ ବାଂଶପାଳରେ ଗୁଣିଗାରେଡି ସନ୍ଦେହରେ ଦଳବଦ୍ଧ ହୋଇ ଦୁଇ ଜଣଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିଲା।

ସେହିପରି ୨୦୧୫ ଜୁଲାଇ ୧୨ ତାରିଖ ଯୋଡାର ଲହଣ୍ଡାରେ ସମ୍ପର୍କୀୟମାନେ ସଂଘବଦ୍ଧ ଭାବେ ଗୋଟିଏ ପରିବାରର ୬ ଜଣଙ୍କୁ ସମାନ କାରଣ ପାଇଁ ହତ୍ୟା କରିଥିଲେ।