ଜମି ଠକେଇ ମାମଲାରେ ସୂର୍ଯ୍ୟପ୍ରଭା ରିୟଲକନ ସଂସ୍ଥା ଏମଡି ଗିରଫ

ଭୁବନେଶ୍ୱର: ଲକ୍ଷାଧିକ ଟଙ୍କାର ଜମି ଠକେଇ ମାମଲାରେ ସୂର୍ଯ୍ୟପ୍ରଭା ରିୟଲକନ ସଂସ୍ଥାର ଏମଡି ସୁଧିର ବେବର୍ତ୍ତାଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଛି। ତାଙ୍କ ନାଁରେ ୨.୫୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି।

୨୦୦୪ ମସିହାରେ ସୁଧିର ଜଣେ ବ୍ୟକ୍ତିଙ୍କୁ ଜମି ଦେବା ନାଁରେ ଟଙ୍କା ନେଇଥିଲେ। ହେଲେ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜମି ଦେଇ ନ ଥିଲେ କି ଟଙ୍କା ଫେରାଇ ଥିଲେ। ବିଭିନ୍ନ ଆଳ ଦେଖାଇ ସେ ବ୍ୟକ୍ତି ଜଣଙ୍କୁ ଭୂଆଁ ବୁଲାଉଥିଲେ। ଶେଷରେ ଅଭିଯୋଗକାରୀ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ସହିଦ ନଗର ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ତେବେ କେବଳ ଏହି ଜଣେ ବ୍ୟକ୍ତି ନା ଆଉ କିଏ ଏପରି ଠକେଇର ଶିକାର ହୋଇଛନ୍ତି ତାହାର ତଦନ୍ତ କରୁଛି ପୋଲିସ। ଅଭିଯୋଗକାରୀଙ୍କ ସଂଖ୍ୟା ବଢିପାରେ ବୋଲି ପୋଲିସ କହିଛି।