ଜୟପୁର: ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଗିରଫ

ଜୟପୁର: ଜୟପୁର ସହର ପିଆରପେଟା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି।

ସୂଚନାଯୋଗ୍ୟ, ପିଆରପେଟା ଅଞ୍ଚଳର ନିଜ ମାଁ ସହ ଜଣେ ଭିନ୍ନକ୍ଷମ ଯୁବତୀ ରହୁଛନ୍ତି। ରାମଚନ୍ଦ୍ର ମୁଦୁଲି ନାମକ ଜଣେ ଯୁବକ ଘରେ ପଶି ତାଙ୍କ ମାଁକୁ ମାଡ ମାରିବା ସହ ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ କରିଥିବା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ରାମଚନ୍ଦ୍ରକୁ ଗିରଫ କରି ଡାକ୍ତରୀ ମାଇନା କରାଇଛି। ଅସଦାଚରଣର ଶିକାର ଭିନ୍ନକ୍ଷମ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।