କଲ୍ୟାଣସିଂହପୁର: ୯ମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଜଣେ ନାବାଳକ ସମେତ ୨ ଗିରଫ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୨ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛି। ୨୦ ଦିନ ପରେ ଏମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ। ଗତ ୩ ତାରିଖରେ ଅଭିଯୁକ୍ତ ସୁବାସ କନ୍ଧ ପାଣି ନାବାଳକ ସହ ମିଶି ସମ୍ପୃକ୍ତ ଛାତ୍ରୀଙ୍କୁ ଅପହରଣ କରି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ କଲ୍ୟାଣସିଂହପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଘଟଣା ପରେ ଦୁଇ ଅଭିଯୁକ୍ତ ଫେରାର୍ ଥିଲେ।