କାମାକ୍ଷାନଗର:  ବୋମାମାଡ଼ କରି ୫ଲକ୍ଷ ଟଙ୍କା ଲୁଟ୍

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଉଡ଼କାଟେଣୀ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ବୋମାମାଡ଼ କରି ୫ଲକ୍ଷ ୩୦ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଦୁର୍ବୃତ୍ତମାନେ ବୋମାମାଡ଼ କରିବା ସହ ଗାଁର ଭରତ ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କୁ ଭୂଜାଲିରେ ଆକ୍ରମଣ କରି ଏହି ଲୁଟ୍ କରିଛନ୍ତି। ରାତି ପ୍ରାୟ ସାଢେ଼ ୯ଟାବେଳେ ଗାଁର ରାଧାକୃଷ୍ଣ ମନ୍ଦିର ଚଉପାଢ଼ୀ ଗୃହରେ ଗ୍ରାମ କମିଟିର ବକେୟା ଟଙ୍କା ଆଦାୟ କରୁଥିଲେ ଭରତ। ଏହି ସମୟରେ ୩ଟି ବାଇକରେ ୯ଜଣ ଦୁର୍ବୃତ୍ତ ଆସି ଏପରି କାଣ୍ଡ ଭିଆଇ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।