କନ୍ଧମାଳ: ୨୭ ଚୋରା ବାଇକ୍ ଜବତ, ୪ ଅଭିଯୁକ୍ତ ଗିରଫ

କନ୍ଧମାଳ: କନ୍ଧମାଳ ଫିରିଙ୍ଗିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ଗୁଚ୍ଛାପଡା ପୋଲିସ ଚଢାଉ କରି ୨୭ଟି ବାଇକ୍ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ କଟକ କାନପୁର ଥାନା ଅଞ୍ଚଳର ମୁଖ୍ୟ ଅଭିଯୁକ୍ତ ସରୋଜ ଗୁଚ୍ଛି ରହିଛି। ଗୁଚ୍ଛାପଡାଠାରେ ପୋଲିସ ବ୍ଲକିଂ କରିଥିବା ବେଳେ ଏମାନେ ଚୋରି ଗାଡି ଧରି ଯାଉଥିଲେ। ପୋଲିସ କାଗଜପତ୍ର ଯାଞ୍ଚ ବେଳେ ଚୋରା ଗାଡି ବୋଲି ଜଣାପଡିଥିଲା। ପଚରାଉଚରା ପରେ କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରୁ ଗାଡି ଚୋରି କରି ବିକ୍ରି କରୁଥିବା ସରୋଜ ମାନିଥିବା ପୋଲିସ କହିଛି।