କେନ୍ଦ୍ରାପଡ଼ା: ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଶ୍ୟାମସୁନ୍ଦରପୁର ନିକଟରେ ରବିବାର ଗୁଳିମାଡ଼ରେ  ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ମାର୍ଶଘାଇ ତିଖିରିର ବାପି। ଆଜି ଦିନ ୧୨ଟା ୧୦ମିନିଟରେ ବାପି କେନ୍ଦ୍ରାପଡ଼ାରୁ ଆସୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ବାପିଙ୍କ ମୁଣ୍ଡ ଓ ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା। ଘଟଣାସ୍ଥଳରେ ହିଁ ବାପିଙ୍କ ମୃତ୍ୟୁ ଘଟିଥିଲା। ଟେଣ୍ଡର ଫିକ୍ସି ଯୋଗୁଁ  ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି।

ବାପି ଠିକାଦାରି କରୁଥିଲେ। ତେବେ ସେ ତାଙ୍କ ପରିବାର ସହ କେନ୍ଦ୍ରାପଡ଼ା ସହରର ଶାନ୍ତସାହିରେ ଭଡ଼ାରେ ରହୁଥିଲେ।