କେନ୍ଦୁଝର: ନାରଦପୁର ଏସବିଆଇ ଶାଖାରୁ ୪ ଲକ୍ଷ ୮୪ ହଜାର ଟଙ୍କା ଲୁଟ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ନାରଦପୁର ଏସବିଆଇ ଶାଖାରୁ ଦୁର୍ବୃତ୍ତମାନେ ଆଜି  ୪ ଲକ୍ଷ ୮୪ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ବାଇକରେ ଆସିଥିବା ୪ଜଣ ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କ୍ୟାସ୍ କାଉଣ୍ଟରରୁ ଟଙ୍କା ଲୁଟି ନେଇଛନ୍ତି। ପୋଲିସ ବ୍ୟାଙ୍କରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।