କେନ୍ଦୁଝର: ଯୋଡ଼ା ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଶାଖାରୁ ୧୯ ଲକ୍ଷ ଲୁଟ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଶାଖାରୁ ସୋମବାର ଅପରାହ୍ନରେ ୧୯ ଲକ୍ଷ ଟଙ୍କା ଲୁଟ୍ ହୋଇଯାଇଛି। ବନ୍ଧୁକ ଦେଖାଇ ୪ ଲୁଟେରା ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ୪ ଜଣ ଦୁର୍ବୃତ୍ତ ଅପରାହ୍ନ ପ୍ରାୟ ୩ଟା ବେଳେ ବ୍ୟାଙ୍କକୁ ଆସିଥିଲେ। ଜଣଙ୍କୁ ଛାଡ଼ି ଦେଲେ ବାକିମାନେ ମୁହଁରେ ମୁଖା ପିନ୍ଧି ଥିଲେ।  ବନ୍ଧୁକ ଦେଖାଇ ସେମାନେ କ୍ୟାସ୍ କାଉଣ୍ଟରରୁ ଟଙ୍କା ଲୁଟ୍ କରି ଥିଲେ। ଲୁଟେରାମାନେ ହିନ୍ଦୀରେ କଥା ବାର୍ତ୍ତା ହେଉଥିଲେ। ତେଣୁ ସେମାନେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ହୋଇଥିବେ ବୋଲି ପୋଲିସ୍ ଅନୁମାନ କରୁଛି। ତେଣୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାକୁ ସିଲ୍ କରି ଦିଆଯାଇଛି।