କୋରାପୁଟ: ପର୍ତିଙ୍ଗି ଜଙ୍ଗଲରୁ ମାଓ ସାମଗ୍ରୀ ଜବତ

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପର୍ତିଙ୍ଗି ଜଙ୍ଗଲରୁ ମାଓ ସାମଗ୍ରୀ ଜବତ। ପର୍ତିଙ୍ଗି ଓ ତୁକୁମ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଁ ବିଏସ୍ଏଫ୍ ୧୪୩ ବାଟାଲିୟନ୍ ପକ୍ଷରୁ କମ୍ୱିଂ କରାଯାଇଥିଲା। ଏହି ସମୟରେ ଗୋଟିଏ ସେମି ଅଟୋମେଟିକ୍ ପିସ୍ତଲ, ଏକ ରାଉଣ୍ଡ ମାଗଜିନ୍,୧୦ଟି ଜିଲୋଟିନ୍, ୧୫ଟି ଡିଟୋନେଟର, ମାଓବାଦୀଙ୍କ କିଛି ପୋଷାକ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।