କୁତାବଗା ଗାଁରେ ଯୁବକଙ୍କୁ ହତ୍ୟା ଘଟଣା: ୫ ଅଭିଯୁକ୍ତ ଗିରଫ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା କୁତାବଗା ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରି ପୋତି ଦେବା ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସଚିନ୍ଦ୍ର ମାଝି, ଦେବେନ୍ଦ୍ର ମାଝି, ଦୀପକ ମାଝି, କପିଳାସ ମାଝି ଓ ବିଭିଷଣ ମାଝି। ଏମାନେ ସମସ୍ତେ କୁତାବଗା ଗାଁର। ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅଧୀନ କୁତାବଗା ଗାଁରେ ଇବନଦୀ କୂଳରେ ସଂଜୟ ନାୟକଙ୍କ (୨୭) ମୃତଦେହ ପୋତା ଯାଇଥିଲା। ଗତ ୩୦ ତାରିଖରେ ମାଟି ଖୋଳି ଶବକୁ ଉଦ୍ଧାର କରିଥିଲା। ଜାନୁଆରୀ ୨୦ ତାରିଖରେ ଝାରସୁଗୁଡ଼ା ବଡ଼ମାଲ ଥାନାରେ ତାଙ୍କର ନିଖୋଜ ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଥିଲା। ପତରାପାଲି ଗାଁର ଏହି ଅଭିଯୁକ୍ତମାନେ ସଞ୍ଜୟଙ୍କୁ ହତ୍ୟା କରିବା ପରେ ପୋତି ଦେଇଥିବା ତାଙ୍କ ବାପା ଅଭିଯୋଗ କରିଥିଲେ।