ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବହଳଦା ବ୍ଲକର ସହକାରୀ ଯନ୍ତ୍ରୀ

ରାଇରଙ୍ଗପୁର: ବହଳଦା ବ୍ଲକର ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ସେଠୀ  ଶୁକ୍ରବାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ବିଲ୍ ପାସ୍ କରାଇ ଦେବାକୁ ୮ ହଜାର ଟଙ୍କା  ଲାଞ୍ଚ ନେବା ବେଳେ  ଭିଜିଲାନ୍ସ ହାତରେ ଧରାପଡିଛନ୍ତି।  ସେ  ବ୍ଲକ କଲୋନୀ ସ୍ଥିତ ନିଜ ବାସଭବନରେ ଗ୍ରାମ ସଂଯୋଜକ କଳିଙ୍ଗ ବେହେରାଙ୍କଠାରୁ ଲାଞ୍ଚ ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ବିଲ୍ ପାସ୍ କରାଇ ଦେବାକୁ କଳିଙ୍ଗକୁ ୧୦ ହଜାର ଟଙ୍କା ମାଗିଥିଲେ।

ତାଙ୍କୁ ଗିରଫ କରାଯାଇଥିବା ମୟୂରଭଞ୍ଜ ଭିଜିଲାନ୍ସ ଡିଏସପି ଏସକେ ଦାସ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ସହକାରୀ ଯନ୍ତ୍ରୀ ତାଙ୍କୁ ଫସାଇ ଦିଆଯାଇଥିବା କହିଛନ୍ତି।