କେନ୍ଦ୍ରାପଡ଼ା: ପାଇଖାନା ଘରୁ ମା’ ଓ ଶିଶୁକନ୍ୟାର ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କୋରନ୍ଦ ଗାଁରେ ଶନିବାର ପାଇଖାନା ଘରୁ ମା’ ଓ ଶିଶୁକନ୍ୟାର ମୃତଦେହ  ଉଦ୍ଧାର କରାଯାଇଛି। ମୃତ ମହିଳା ହେଲେ ସୁରେଖା ସାହୁ। ଉଭୟ ପୋଡ଼ି ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି। ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ପାଇଖାନା ଥିବା ବେଳେ, କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଘଟଣା ପରେ ମହିଳାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।