ନବଦିଗନ୍ତ ଚିଟଫଣ୍ଡ ମାମଲା: ହାଇକୋର୍ଟରେ ସୁବର୍ଣ୍ଣ ନାୟକଙ୍କ ଜାମିନ ଆବେଦନ ଖାରଜ

କଟକ: ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କ ଜାମିନ ଆବେଦନ ଶୁକ୍ରବାର ହାଇକୋର୍ଟରେ ଖାରଜ ହୋଇଯାଇଛି। ଗତ ୧୯ ତାରିଖରେ କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାର ଯଥେଷ୍ଟ ପୂର୍ବରୁ ସଂସ୍ଥାର ଆର୍ଥିକ କାରବାରରୁ ସେ ଦୁରେଇ ରହିଥିବା ଏବଂ ତଦନ୍ତରେ ଯଥେଷ୍ଟ ଅଗ୍ରଗତି ହୋଇ ଅନ୍ୟତମ ସହ ଅଭିଯୁକ୍ତ ପ୍ରଦୀପ ପଟ୍ଟନାୟକଙ୍କୁ ପୂର୍ବରୁ ଜାମିନ ମିଳିସାରିଥିବା ସୁବର୍ଣ୍ଣଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ।

ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଏବଂ ଅର୍ଥ ହେରଫେର ଅଭିଯୋଗରେ ସିବିଆଇ ସୁବର୍ଣ୍ଣ ନାୟକଙ୍କ ସମେତ ବିଜେଡି ସାଂସଦ ରାମଚନ୍ଦ୍ର ହାଂସଦା ଓ  ପୂର୍ବତନ ବିଜେପି ବିଧାୟକ ହିତେଶ ବଗର୍ତ୍ତିଙ୍କୁ ନଭେମ୍ୱର ୨୦୧୪ରେ ଗିରଫ କରିଥିଲା।

ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାର ଶୀଘ୍ର ଶୁଣାଣି ପାଇଁ ସାଂସଦ ରାମଚନ୍ଦ୍ର ହାଂସଦାଙ୍କ ପକ୍ଷରୁ ଦାୟର ଆବେଦନ ଉପରେ  ସ୍ପେସାଲ ସିଜେଏମ କୋର୍ଟ ଆଜି ଶୁଣାଣି କରିଛନ୍ତି। ଶୀଘ୍ର ସବୁ ଡକ୍ୟୁମେଣ୍ଟ ଯୋଗାଇଦେବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।