ନୟାଗଡ଼: ନୟାଗଡ଼ କେନ୍ଦୁଢିପି ସମିତି ସଭ୍ୟାଙ୍କ ସ୍ୱାମୀ ନକୁଳ ବାଣ୍ଡ ହତ୍ୟା ପଛରେ ସ୍ଥାନୀୟ ସରପଞ୍ଚ ଶୈଳଜାନନ୍ଦିନୀ ନାୟକଙ୍କ ସ୍ୱାମୀ ବସନ୍ତ ନାୟକଙ୍କ ହାତ ଥିବା ଅଭିଯୋଗ ହୋଇଛି। ମୃତ ନକୁଳଙ୍କ ପତ୍ନୀ ତଥା ସମିତି ସଭ୍ୟା ପୁଷ୍ପାଞ୍ଜଳି ବାଣ୍ଠ ଏହି ଅଭିଯୋଗ କରିଛନ୍ତି। ରାଜନୈତିକ ଶତ୍ରୁତା ଯୋଗୁଁ ବସନ୍ତଙ୍କ ପ୍ରରୋଚନାରେ ଖଇରପଟି ଗାଁର ୬ ଜଣ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଘଟାଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ପରେ ଖଇରପଟିରେ ପୋଲିସ୍ ମୁତୟନ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ପୋଲିସ୍ କହିଛି।
ପୁଷ୍ପାଞ୍ଜଳିଙ୍କ ଅଭିଯୋଗ ସଂପର୍କରେ ସରପଞ୍ଚ କିମ୍ବା ତାଙ୍କ ସ୍ୱାମୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।