ନୟାଗଡ଼: ଟେଣ୍ଡର ଫିକ୍ସିଂ ଅଭିଯୋଗରେ କୁଖ୍ୟାତ ଟେଣ୍ଡର ମାଫିଆ ଅନିଲ ଛୋଟରାୟ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଟେଣ୍ଡର ଫିକ୍ସି ଅଭିଯୋଗରେ କୁଖ୍ୟାତ ଟେଣ୍ଡର ମାଫିଆ ଅନିଲ ଛୋଟରାୟକୁ ପୋଲିସ ଗିରଫ କରିଛି। ଜିଲ୍ଲାର କ୍ଷୁଦ୍ର ଜଳସେଚନ ବିଭାଗରେ ବିଭିନ୍ନ ଟେଣ୍ଡର ଫିକ୍ସିଂରେ ତା’ର ସମ୍ପୃକ୍ତି ଅଭିଯୋଗ ପରେ ନୟାଗଡ଼ ଓ ଖୋର୍ଦ୍ଧା ସୀମାରୁ ଅନିଲକୁ ଗିରଫ କରାଯାଇଛି।

ଅନିଲର ୨ ସହଯୋଗୀ, ନୟାଗଡ଼ ମୟୂରଝାଲିଆର ସଞ୍ଜିବ ରାଉତରା ଓ କଟକ ଜୋବ୍ରା ଅଞ୍ଚଳର ବାବାନୀ ବେହେରାଙ୍କୁ ଗିରଫ କରାଯାଇଛି। ଅନିଲଠାରୁ ଏକ କାର, ୯୩ ହଜାର ୬ ଶହ ଟଙ୍କା, ୫ଟି କ୍ରେଡ଼ିଟ କାର୍ଡ, ୫ଟି ମୋବାଇଲ ଓ ୧୦ଟି ସିମ କାର୍ଡ ଜବତ କରାଯାଇଛି। ଟେଣ୍ଡର ଫିକ୍ସିଂରେ ସମ୍ପୃକ୍ତ ଥିବା ଅନ୍ୟ ଲୋକମାନଙ୍କୁ ପ୍ରମାଣ ମିଳିଲେ ଆଗାମୀ ଦିନରେ ଗିରଫ କରାଯିବା ବୋଲି ନୟାଗଡ଼ ଏସପି ମନୋରଞ୍ଜନ ମହାନ୍ତି କହିଛନ୍ତି। ଅନିଲ ଏକ କଣ୍ଟ୍ରାକ୍ଟର ଆସୋସିଏଶନ କରି କେତେକ କଣ୍ଟ୍ରାକ୍ଟାରଙ୍କ ସହ ମିଶି ଟେଣ୍ଡର ଫିକ୍ସିଂ କରୁଥିବା ଅଭିଯୋଗ ହୋଇଥିଲା। ତେବେ ସେ ନିର୍ଦ୍ଦୋଷ ତାଙ୍କୁ ଫସାଇ ଦିଆଯାଇଛି ବୋଲି ଅନିଲ କହିଛନ୍ତି।