ନୟାଗଡ଼: ମହିଳାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ଅଭିଯୋଗ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁରରେ ଜଣେ ମହିଳାଙ୍କୁ ଶାଶୂ ଘର ଲୋକ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।   ତାଙ୍କ ନାଁ  ମାମା ମହାପାତ୍ର।

ନରେନ୍ଦ୍ରପୁର ମାଳିସାହିର ମାମା ଆଜି ସକାଳେ ଚିତ୍କାର କରିବାରୁ ପଡେ଼ାଶୀ ଲୋକ ପୋଲିସକୁ ଖବର ଦେଇଥିଲେ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ନୟାଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମାମାଙ୍କ ବାପା ନାରାୟଣ ରାଉତ ଅଭିଯୋଗ କରିଛନ୍ତ ଯେ ତାଙ୍କ ଝିଅକୁ ତା’ ସ୍ୱାମୀ, ଶାଶୂ ଓ ଶ୍ୱଶୁର ମିଶି କିରୋସିନ ଢ଼ାଳି ପୋଡ଼ି ଦେଇଛନ୍ତି। ସେମାନେ ତାକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଯୌତୁକ ପାଇଁ ତା’ ଶ୍ୱଶୁର ଘର ଲୋକେ ତାକୁ ବହୁଦିନରୁ ନିର୍ଯାତନା ଦେଇ ଆସୁଥିଲେ।

ଅଭିଯୁକ୍ତମାନେ ଫେରାର ଅଛନ୍ତି।