ଦେବଗଡ଼: ନିଖୋଜ ନାବାଳିକା ଉଦ୍ଧାର, ଜଣେ ଗିରଫ

ଦେବଗଡ଼: ଦେବଗଡ଼ ଜିଲ୍ଲାର ଖଇଲୋ ଗ୍ରାମରୁ ଅପହରଣ ହୋଇଥିବା ଜଣେ ନାବାଳିକାକୁ ଆଜି ପୋଲିସ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତ ବିଶ୍ୱ କିଷାନ (୨୨)କୁ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ପୋଲିସ ସଦର ଡାକ୍ତରଖାନାରେ ନାବାଳିକା ଓ ଅଭିଯୁକ୍ତର ଡାକ୍ତରୀମାଇନା କରାଇଛି। ନାବାଳିକା ଜଣଙ୍କୁ ବଳାତ୍କାର କରାଯାଇଥିବା ସନ୍ଦେହ କରାଯାଉଛି।

ଗୁରୁବାର ଅପରାହ୍ନରେ ଝରାଗୋଗୁଆ ହାଇସ୍କୁଲରୁ ନାବାଳିକା ଜଣଙ୍କ ଫେରୁଥିବା ବେଳେ ବିଶ୍ୱ ଦୁଇ ସହଯୋଗୀଙ୍କ ସହ ତାଙ୍କୁ ଅପହରଣ କରି ନେଇଥିଲ। ଏ ନେଇ ପରିବାର ଲୋକେ ଦେବଗଡ଼ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦଫା ୩୬୩, ୩୬୬ ଆଇପିସି ୩୪ରେ ଏକ ମାମଲା (୨୧/୧୬) ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଆଜି ସକାଳେ ଗାଁ ପାଖ ପାହାଡ଼ରେ ନାବାଳିକାକୁ ପୋଲିସ ଉଦ୍ଧାର କରିବା ସହ ଅଭିଯୁକ୍ତ ବିଶ୍ୱକୁ ଗିରଫ କରିଥିଲା।