ପୁରୀରେ ଯୁବକଙ୍କୁ ଆକ୍ରମଣ ଘଟଣା: ୩ ଅଟକ

ପୁରୀ:  ପୁରୀ ଜିଲ୍ଲା ଚୁଡ଼ଙ୍ଗ ସାହି ମାତା ଗୋସାଇଁ ଲେନରେ  ଯୁବକକୁ  ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ମାତା ଗୋସାଇଁ ଲେନରେ  ଯୁବକକୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।  ଆହତ ଯୁବକଙ୍କ ନାଁ ବିକ୍ରମ ନାୟକ।

ସୂଚନା ଅନୁଯାୟୀ, ଗତ ୧ ତାରିଖରେ  ସାହିର କିଛି ଯୁବକ ବିକ୍ରମ ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରି ବିକ୍ରମଙ୍କ ମାଆଙ୍କ ବେକରୁ ସୁନା ଚେନ ଲୁଟି ନେଇଥିଲେ। ଏନେଇ  ଥାନାରେ ମାମଲା ହେବା ପରେ  ଦୁର୍ବୃତ୍ତମାନଙ୍କୁ ପୋଲିସ ଗିରଫ କରିଥିଲା।  ଦୁର୍ବୃତ୍ତମାନେ ବେଲରେ ଆସିବା ପରେ ବାରମ୍ବାର ଧମକ  ଦେଉଥିବା  ବିକ୍ରମ ଥାନାରେ ଅଭିଯୋଗ କରିଥିଲେ।