ଟ୍ରେନ୍ ପୋଡି ଘଟଣା: ପୁରୀରୁ ଭୁବନେଶ୍ୱର ସ୍ଥାନାନ୍ତର ହେଲା ମାମଲା

ପୁରୀ: ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟକୁ ସ୍ଥାନାନ୍ତର ହୋଇଛି ପୁରୀ ସିରିଜ୍ ଟ୍ରେନ୍ ପୋଡ଼ି ମାମଲା। ଏହା ଏକ ଜାତୀୟ ସ୍ତରର ମାମଲା ହୋଇଥିବାରୁ ଏହାର ପରିଚାଳନା ଭୁବନେଶ୍ୱରରେ କରିବା ଲାଗି ଏନ୍ଆଇଏ ପକ୍ଷରୁ ଭୁବନେଶ୍ୱର ଜିଲ୍ଲା ଦୌରାଜଜଙ୍କ ନିକଟରେ ଆବେଦନ କରାଯାଇଥିଲା। ଆଉ କୋର୍ଟ ମାମଲାକୁ ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ପୁରୀ ଏସଡିଜିଏମ୍ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁରୀ କୋର୍ଟ ମଧ୍ୟ ଏ ନେଇ ସମ୍ମତି ପ୍ରଦାନ କରିଥିଲେ। ଭୁବନେଶ୍ୱରକୁ ମାମଲା ସ୍ଥାନାନ୍ତର ହେବା […]

puri-train-podi

Rakesh Mallick
  • Published: Thursday, 10 December 2015
  • , Updated: 10 December 2015, 05:25 PM IST

ପୁରୀ: ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟକୁ ସ୍ଥାନାନ୍ତର ହୋଇଛି ପୁରୀ ସିରିଜ୍ ଟ୍ରେନ୍ ପୋଡ଼ି ମାମଲା। ଏହା ଏକ ଜାତୀୟ ସ୍ତରର ମାମଲା ହୋଇଥିବାରୁ ଏହାର ପରିଚାଳନା ଭୁବନେଶ୍ୱରରେ କରିବା ଲାଗି ଏନ୍ଆଇଏ ପକ୍ଷରୁ ଭୁବନେଶ୍ୱର ଜିଲ୍ଲା ଦୌରାଜଜଙ୍କ ନିକଟରେ ଆବେଦନ କରାଯାଇଥିଲା। ଆଉ କୋର୍ଟ ମାମଲାକୁ ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ପୁରୀ ଏସଡିଜିଏମ୍ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁରୀ କୋର୍ଟ ମଧ୍ୟ ଏ ନେଇ ସମ୍ମତି ପ୍ରଦାନ କରିଥିଲେ। ଭୁବନେଶ୍ୱରକୁ ମାମଲା ସ୍ଥାନାନ୍ତର ହେବା ସହ  ଆସନ୍ତାକାଲି ଟ୍ରେନ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ରାମଚନ୍ଦ୍ରନ୍ ସୁବାସକୁ ମଧ୍ୟ ଝାରପଡ଼ା ଜେଲକୁ ଅଣାଯିବ। ଅଭିଯୁକ୍ତ ରାମଚନ୍ଦ୍ରନକୁ ବିଭିନ୍ନ ସମୟରେ ରିମାଣ୍ଡରେ ଆଣି ହରିଦ୍ୱାର ପୋଲିସ୍, ଖଡ଼ଗପୁର ସିଆଇଡିଟିମ୍ ସହ ଏନଆଇଏ ଟିମ୍ ମଧ୍ୟ ଜେରା କରିସାରିଲାଣି।

Related story