ପୁରୀ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର/ପୁରୀ: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ପୁରୀ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ଭୁବନେଶ୍ୱର ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ପ୍ରାଥମିକ ଅନୁସନ୍ଧାନରୁ ତାଙ୍କ ସମ୍ପତ୍ତିର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ଶୈଳଶ୍ରୀ ବିହାରସ୍ଥିତ ୩ ମହଲା ଘରର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ସହ କୃଷ୍ଣଚନ୍ଦ୍ରଙ୍କର ନନ୍ଦନକାନନ ଘର, ପୁରୀସ୍ଥିତ ଅଫିସ ଓ ସରକାରୀ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି।

ଗଞ୍ଜ।ମ ଜିଲ୍ଲା ପାତ୍ରପୁର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଅନିରୁଦ୍ଧ ସେଠୀଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି। ଆୟ ବହିଭୁର୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁରସ୍ଥିତ ଘର ସମେତ ଅନ୍ୟ ସ୍ଥାନରେ ଚଢ଼ାଉ ହୋଇଥିଲା।