ରାଉରକେଲା: ଗୋଲଡେନ୍ ହତ୍ୟା ଘଟଣାରେ ୫ ଅଭିଯୁକ୍ତ ଗିରଫ

ରାଉରକେଲା: ରାଉରକେଲା ଗୋଲଡେନ୍ ହତ୍ୟା ଘଟଣାରେ ପ୍ଲାଣ୍ଟ୍ ସାଇଟ୍ ପୋଲିସ ଆଜି ୫ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗତ ମଙ୍ଗଳବାର ରାତି ୧୦ଟା ବେଳେ କିଛି ଦୁର୍ବୃତ୍ତ କାର୍ ଓ ବାଇକରେ ଆସି ନାଲା ଛକ ନିକଟ ମହତାବ ରୋଡରେ ଗୋଲଡେନ୍ ଓରଫ ମହମ୍ମଦ ଜାହିଦ୍ ଅନସାରୀଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଗୋଲଡେନ୍ ଦିଲ୍ଲୀରେ ରହୁଥିଲେ। ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି।