ରାଉରକେଲା: ମହତାବ ରୋଡ଼ରେ ଗୁଳିକାଣ୍ଡ, ଜଣେ ଯୁବକ ମୃତ

ରାଉରକେଲା: ରାଉରକେଲା ନାଲା ଛକ ନିକଟ ମହତାବ ରୋଡ଼ରେ ମଙ୍ଗଳବାର ରାତିରେ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ଯୁବକଙ୍କ ଘଟିଛି । ତାଙ୍କ ନାଁ ଗୋଲ୍ଡେନ୍ ଓରଫ ମହମ୍ମଦ ଜାହିଦ୍। ସେ ଦିଲ୍ଲୀରେ ରୁହନ୍ତି ।

ଗତ ଚାରି ଦିନ ତଳେ ତାଙ୍କର ବିବାହ ହୋଇଥିଲା । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କିଏ ଏବଂ କାହିଁକି ତାଙ୍କୁ ଗୁଳି କରି ହତ୍ୟା କଲା ସେନେଇ ପ୍ଲାଣ୍ଟ୍ ସାଇଟ୍ ପୋଲିସ ତଦନ୍ତ ଜାରି ରଖିଛି ।