ରେଭେନ୍ସା ପ୍ରଧ୍ୟାପିକାଙ୍କୁ ନିର୍ଯାତନା ପ୍ରସଙ୍ଗ: ଭିସି କହିଲେ ନିର୍ଦ୍ଦିଷ୍ଟ ଭାବେ କାହାରି ନାଁରେ ହୋଇନି ଅଭିଯୋଗ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଜଣେ ପ୍ରଧ୍ୟାପିକା ବିଶ୍ୱ ବିଦ୍ୟାଳୟରେ ଛାତ୍ରୀ ଓ ଅଧ୍ୟାପିକାମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ହୋଇଥିବା ଅଭିଯୋଗ ଘଟଣାର ପ୍ରତିକ୍ରିୟା ରଖିଛନ୍ତି ଭିସି ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ। ପ୍ରଧ୍ୟାପିକା ଜଣଙ୍କ ଗତ ବର୍ଷ ଅଗଷ୍ଟ ମାସରେ ଏହି ଅଭିଯୋଗ କରିଥିଲେ ସତ, ମାତ୍ର ନିର୍ଦ୍ଦିଷ୍ଟ ଭାବରେ କୌଣସି ବ୍ୟକ୍ତି ବିଶେଷ କିମ୍ୱା କି ଭଳି ନିର୍ଯାତନା ଦିଆଯାଉଛି ସେନେଇ ଅଭିଯୋଗରେ ଉଲ୍ଲେଖ ନାହିଁ ବୋଲି ଭିସି କହିଛନ୍ତି। ସେପଟେ ପ୍ରଧ୍ୟାପିକା ଜଣଙ୍କ କହିଛନ୍ତି, ଛାତ୍ରୀମାନଙ୍କୁ ମଧ୍ୟ ମାନସିକ ନିର୍ଯାତନା ଦିଆଯାଉଛି। ଏହାସହ ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଯାଇଥିବା ସେ ଅଭିଯୋଗ କରିଛନ୍ତି। କିଛି ଦିନ ତଳେ ଏ ସମ୍ପର୍କିତ ଖବର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।