ସମ୍ୱଲପୁର: ଟେଣ୍ଡର ଫିକ୍ସିଂ ଓ ଅନ୍ୟାନ୍ୟ ଅପରାଧରେ ୧୨ ଗିରଫ, ୮ ବନ୍ଧୁକ ଜବତ

recovered gunsସମ୍ୱଲପୁର: ସମ୍ୱଲପୁର ପୋଲିସ ରେଙ୍ଗାଲି ସମେତ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ କରି ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ୧୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୮ଟି ବନ୍ଧୁକ ଓ ୧୫ରୁ ଅଧିକ ଗୁଳି ଜବତ କରାଯାଇଛି। ଜବତ ବନ୍ଧୁକ ମଧ୍ୟରୁ ଗୋଟିଏ ଷ୍ଟେନଗନ୍ ଓ ଅବଶିଷ୍ଟ ମାଉଜର। ଆଜି ଏହି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବଲପୁର ଏସପି ଅଖିଳେଶ ସିଂ କହିଛନ୍ତି, ଏହି ସବୁ ବ୍ୟକ୍ତି ଅସ୍ତ୍ରଣସ୍ତ୍ର ରଖି ଧମକଚମକ ଦେଇ ଟେଣ୍ଟର ଫିକ୍ସିଂ କରୁଥିବା ନେଇ ଅଭିଯୋଗ ରହିଥିଲା। ସେମାନଙ୍କ ଉପରେ ନଜର ରଖାଯାଇଥିଲା। ଏକ ସ୍ୱତନ୍ତ୍ର ଅପରେସନ୍ କ୍ରମେ ସେମାନଙ୍କୁ ଗିରଫ କରାଯାଇଛି।

ଟେଣ୍ଡର ଓ ଟ୍ରାନ୍ସପୋର୍ଟ ମାଫିଆଙ୍କୁ ଧରିବାକୁ ଆଗକୁ ବି ଏହି ଭଳି ଅପରେସନ୍ ଜାରି ରହିବ ବୋଲି ଏସପି କହିଛନ୍ତି।