କଟକ ଏସଡିଜେଏମ କୋର୍ଟରେ ଆଜି ହାଜର ହେବେ ସାରଥି

କଟକ: ସାରଥି ଓରଫ୍ ସନ୍ତୋଷ ରାଉଳଙ୍କୁ ଆଜି କଟକ ଏସଡିଜେଏମଙ୍କ କୋର୍ଟରେ ହାଜର କରାଯିବ। ମାମଲାର ଚାର୍ଜସିଟ୍ ଦାଖଲ ହେବା ପରେ ଏହା ତାଙ୍କର ଦ୍ୱିତୀୟ ବ୍ୟକ୍ତିଗତ ହାଜିରା। ଆଜି ତାଙ୍କ ମାମଲା କେଉଁ ଅଦାଲତରେ ବିଚାର ହେବ ସେନେଇ ନିଷ୍ପତି ହେବାର ସମ୍ଭାବନା ରହିଛି। ପୂର୍ବରୁ ଏଥିପାଇଁ ତାଙ୍କୁ ଗତ ୧୧ ତାରିଖରେ ହାଜର କରାଯାଇଥିଲା। ତେବେ ସହ ଅଭିଯୁକ୍ତମାନେ ହାଜର ନ ହେବାରୁ ଏନେଇ ନିଷ୍ପତି ହୋଇ ପାରି ନଥିଲା। ଫଳରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ପୁଣି ତାଙ୍କୁ ଚୌଦ୍ୱାର ଜେଲରୁ ଅଣାଯାଇ କୋର୍ଟରେ ହାଜର କରାଯାଉଛି।