ଭୁବନେଶ୍ୱର: ସୋମପୁର କଲୋନୀରୁ ସିରିଜ୍ ଡକାୟତି ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ସୋମପୁର କଲୋନୀରେ ମଙ୍ଗଳବାର ବିଳମ୍ବିତ ରାତିରେ ସିରିଜ ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ୭ଟି ଘରୁ କେହି ନ ଥିବା ବେଳେ ଡକାୟତି ହୋଇଛି। ଏହି ଘରଗୁଡିକରୁ ଲକ୍ଷାଧିକ ଟଙ୍କା, ସୁନାରୁପା ଗହଣା ନେଇ ଡକାୟତମାନେ ଫେରାର ହୋଇଯାଇଛନ୍ତି। ଗ୍ୟାସ କଟରରେ ଗ୍ରୀଲରେ ପଡ଼ିଥିବା ତାଲା କାଟି ଦୁବୁର୍ତ୍ତମାନେ ଘରେ ପଶି ଲୁଟ୍ କରିଥିବା ଅଭିଯୋଗ ହୋଇଛି। ନିର୍ଦ୍ଦିଷ୍ଟ କେତୋଟି ସିସିଟିଭିକୁ ଅକାମୀ କରି ଏହି ଡକାୟତି ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ଫରେନ୍ସିକ ଟିମ, ବାଲିଅନ୍ତା ଥାନା ଅଧିକାରୀ ତଦନ୍ତ କରୁଛନ୍ତି।