ସମ୍ ଅଗ୍ନିକାଣ୍ଡ ମାମଲା: ୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ

କଟକ: ସମ୍ ଅଗ୍ନିକାଣ୍ଡ ମାମଲାରେ ଆଜି ୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ପୂର୍ବାହ୍ନରେ ସମ୍ ମାଲିକ ମନୋଜ ନାୟକ ଏବଂ ବିଡିଏ ମେମ୍ୱର ପ୍ଲାନିଙ୍ଗଙ୍କ ସାକ୍ଷ୍ୟ ଗ୍ରହଣ ଭୁବନେଶ୍ୱରରେ କରାଯାଇଥିବା ବେଳେ କଟକରେ ଅନ୍ୟ ୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। କଟକରେ ପ୍ରଥମ ପର୍ଯ୍ୟାୟରେ ୪ ଜଣ ଡାକ୍ତର କେନ୍ଦ୍ରାଞ୍ଚଳ ଆରଡିସିଙ୍କ ନିକଟରେ ସାକ୍ଷ୍ୟ ପ୍ରଦାନ କରିଥିଲେ। ଚିଫ୍ ଆଡମିନିଷ୍ଟେଟିଭ୍ ଅଫିସର ଏବଂ ଜଣେ ଇନଟର୍ଣ୍ଣ ଡାକ୍ତରଙ୍କର ଦ୍ୱିତୀୟ ପର୍ଯ୍ୟାୟରେ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। […]

sum

sum

Rakesh Mallick
  • Published: Monday, 26 December 2016
  • Updated: 26 December 2016, 05:08 PM IST

Sports

Latest News

କଟକ: ସମ୍ ଅଗ୍ନିକାଣ୍ଡ ମାମଲାରେ ଆଜି ୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ପୂର୍ବାହ୍ନରେ ସମ୍ ମାଲିକ ମନୋଜ ନାୟକ ଏବଂ ବିଡିଏ ମେମ୍ୱର ପ୍ଲାନିଙ୍ଗଙ୍କ ସାକ୍ଷ୍ୟ ଗ୍ରହଣ ଭୁବନେଶ୍ୱରରେ କରାଯାଇଥିବା ବେଳେ କଟକରେ ଅନ୍ୟ ୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।

କଟକରେ ପ୍ରଥମ ପର୍ଯ୍ୟାୟରେ ୪ ଜଣ ଡାକ୍ତର କେନ୍ଦ୍ରାଞ୍ଚଳ ଆରଡିସିଙ୍କ ନିକଟରେ ସାକ୍ଷ୍ୟ ପ୍ରଦାନ କରିଥିଲେ। ଚିଫ୍ ଆଡମିନିଷ୍ଟେଟିଭ୍ ଅଫିସର ଏବଂ ଜଣେ ଇନଟର୍ଣ୍ଣ ଡାକ୍ତରଙ୍କର ଦ୍ୱିତୀୟ ପର୍ଯ୍ୟାୟରେ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସାକ୍ଷ୍ୟ ଗ୍ରହଣ ସମୟରେ ଘଟଣା ଦିନର କିଛି ତଥ୍ୟ ସେମାନଙ୍କୁ ମଗାଯାଇଥିଲା। ଆସନ୍ତା ୨୯ ତାରିଖରେ ସମ୍ ହସପିଟାଲର ଅନ୍ୟ ୬ ଜଣଙ୍କୁ ସାକ୍ଷ୍ୟ ଗ୍ରହଣ ପାଇଁ ନୋଟିସ୍ କରାଯାଇଛି।

ଜାନୁଆରୀ ୧୯ ତାରିଖ ସୁଦ୍ଧା କେନ୍ଦ୍ରାଞ୍ଚଳ ଆରଡିସି ସରକାରଙ୍କୁ ସମ ଘଟଣାର ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos