ଉଦଳା: ଗହଣା ଦୋକାନରୁ ଲୁଟ୍‌

ଉଦଳା: ଉଦଳା ଘୁରୁଣାପାଣି ଛକରେ ଥିବା ହରପ୍ରିୟା ଗହଣା ଦୋକାନରୁ ଆଜି ଲୁଟ୍‌ ହୋଇଛି। ଅଭିଯୋଗ ହେବା ପରେ ଖୁଣ୍ଟା ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଆଜି ଅପରାହ୍ନ ୧୧ ବେଳେ ଦୋକାନ ମାଲିକ ଗହଣା ଭର୍ତ୍ତି ବ୍ୟାଗକୁ ଟେବୁଲ ଉପରେ ରଖି ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ବ୍ୟାଗ ଧରି ଚମ୍ପଟ ମାରିଥିଲେ। ବ୍ୟାଗରେ ୨୫୦ ଗ୍ରାମ ସୁନା ଓ ୪ କେଜି ରୁପା ଥିବା ଦୋକାନୀ ଅଭିଯୋଗ କରିଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More