ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ବ୍ରହ୍ମପୁର ମହାନଗର ନିଗମ ଜେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର କନିଷ୍ଠ ଯନ୍ତ୍ରୀ କାହ୍ନୁଚରଣ ଦାସଙ୍କ ବାସଭବନ ଉପରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିଭୁର୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି।ମୋଟ ୧ କୋଟି ୧୧ ଲକ୍ଷ ୪୬ ହଜାର ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ।

ଆଜି ବ୍ରହ୍ମପୁର ବୈଦ୍ୟନାଥନଗର ଥିବା ବାସଭବନ ସମେତ ୮ଟି ସ୍ଥାନରେ ଚଢାଉ ହୋଇଛି। ଚଢାଉରେ ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ପାଣିଗ୍ରାହୀ ନେତୃତ୍ୱ ନେଇଥିଲେ।