କେନ୍ଦ୍ରାପଡ଼ା: ବଗଡ଼ା ସମବାୟ ସମିତି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ବଗଡ଼ା ପ୍ରାଥମିକ କୃଷିଋଣ ସମବାୟ ସମିତି ସମ୍ପାଦକ କାଳନ୍ଦୀ ଚରଣ ବିଶ୍ୱାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ କଟକ ଶାଖାର ଏକ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ତିନିଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି।

କାଳିନ୍ଦୀଙ୍କ ତୁଣୁପୁରସ୍ଥିତ ପୈତୃକ ଘର, ବଗଡ଼ା ସମବାୟ ଅଫିସ୍ ଓ ଛଘରିଆ ସ୍ଥିତ ଶ୍ୱଶୁର ଘରେ ଏକକାଳୀନ ଚଢାଉ ହୋଇଛି। ଚଢାଉ ବେଳେ ଜମିଜମା କାଗଜପତ୍ର, ବ୍ୟାଙ୍କ ପାସ୍ ବୁକ୍, ଗାଡ଼ି, ସୁନା, ରୂପା ଓ ଘର ଆଦି ସମ୍ପର୍କରେ ତଥ୍ୟ ମିଳିଛି।