ଗଞ୍ଜାମ: ହୁମ୍ୱରରେ ବୋତଲ ବୋମା ଫୁଟି ଦୁଇ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ହୁମ୍ୱର ଗାଁରେ ବୋତଲ ବୋମା ଫୁଟି ଦୁଇ ଜଣ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ନିରଞ୍ଜନ ତରାଇ ଓ ପ୍ରଣୟ ପ୍ରଧାନ। ସେମାନଙ୍କୁ  ଛତ୍ରପୁର ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଛତ୍ରପୁର ଏସଡ଼ିପିଓ ପତିତପାବନ ଚୌଧୁରି ଓ ଛତ୍ରପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରୁ ପୋଲିସ ତିନୋଟି ବୋତଲ ବୋମା ଜବତ କରିଛି।