୧୯୫୬ ମସିହା ନିବାରଣ ଆଇନ କାର୍ଯ୍ୟକାରୀ ଦାବିରେ ମଦ ଦୋକାନ ଆଗରେ ସତ୍ୟାଗ୍ରହ

ଭୁବନେଶ୍ୱର: ୧୯୫୬ ମସିହା ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରିବା ଦାବିରେ ରାଜ୍ୟର ବିଭିନ୍ନ ମଦ ଦୋକାନ ଆଗରେ ଆଜି ସତ୍ୟାଗ୍ରହ କରାଯାଇଛି । ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଏହି ସତ୍ୟାଗ୍ରହ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଭୁବନେଶ୍ୱର ଇଡକୋ ଟାୱାରରେ ଥିବା ରାଜ୍ୟ ମଦ ନିଗମ ମୁଖ୍ୟ କାର୍ଯ୍ୟାଳୟ ଆଗରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାସହ ମାଷ୍ଟର କ୍ୟାଣ୍ଟିନ ଓ ଜୟଦେବ ବିହାର ମଦ ଦୋକାନ ସାମ୍ନାରେ ନିଶା ନିବାରଣ ସ୍ଲୋଗାନ ଦିଆଯାଇଥିଲା ।