୩ ଦଫା ନେଇ ବିଏମ୍‌ସି ଅଫିସ୍ ଘେରିଲା କଂଗ୍ରେସ

ବ୍ରହ୍ମପୁର: ରାସନକାର୍ଡ ଦୁର୍ନୀତି, ରାଜୀବ ଆବାସ ଯୋଜନାରେ ହିତାଧିକାରୀଙ୍କ ବାସଗୃହ ଯୋଗାଣ ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଦି ୩ ଦଫା ଦାବିରେ ଗଞ୍ଜାମ ନଗର କଂଗ୍ରେସ ଆଜି ବ୍ରହ୍ମପୁର ମହାନଗର ନିଗମ ଘେରାଉ କରିଛି।

ନଗର କଂଗ୍ରେସ ସଭାପତି ସଞ୍ଜୀବ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରାରେ ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଓ ପିସିସି ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା ପ୍ରମୁଖ ଯୋଗ ଦେଇ ବିଏମ୍‌ସି ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।