ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ପୋଲିସ-ଏବିଭିପି ସଦସ୍ୟ ଧସ୍ତାଧସ୍ତି

ଭୁବନେଶ୍ୱର: ମେଧାବୃତ୍ତି ପ୍ରଦାନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ଆଜି ଏବିଭିପି ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ବାସଭବନ ଘେରାଇ କରାଯାଇଥିଲା। ଏହି ସମୟରେ ପୋଲିସ ଏବିଭିପି କର୍ମୀଙ୍କୁ ଅଟକାଇବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ପୋଲିସ ଓ ଏବିଭିପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ପୋଲିସ ଏବିଭିପିର କିଛି କର୍ମୀଙ୍କୁ ଅଟକ ରଖିଛି।