ଅଚାନକ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନ କରି ଅସନ୍ତୋଷ ପ୍ରକାଶ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଅଚାନକ ଗସ୍ତ କରି ଡାକ୍ତରଖାନାରେ ଥିବା ବିଭିନ୍ନ ଅବ୍ୟବସ୍ଥା ଓ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ନେଇ ସେ ସିଡିଏମଓଙ୍କୁ ତାଗିଦ କରିଥିଲେ। ବିଶେଷ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ସହ ବ୍ଲଡ୍ ବ୍ୟାଙ୍କର ଅବ୍ୟବସ୍ଥା, ଡାକ୍ତର ଓ କର୍ମଚାରୀ ଠିକ୍ ସମୟରେ ନ ଆସିବା ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରେ […]

atanu at augul

atanu at augul

Rakesh Mallick
  • Published: Tuesday, 05 January 2016
  • Updated: 05 January 2016, 10:04 AM IST

Sports

Latest News

ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଅଚାନକ ଗସ୍ତ କରି ଡାକ୍ତରଖାନାରେ ଥିବା ବିଭିନ୍ନ ଅବ୍ୟବସ୍ଥା ଓ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ନେଇ ସେ ସିଡିଏମଓଙ୍କୁ ତାଗିଦ କରିଥିଲେ। ବିଶେଷ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ସହ ବ୍ଲଡ୍ ବ୍ୟାଙ୍କର ଅବ୍ୟବସ୍ଥା, ଡାକ୍ତର ଓ କର୍ମଚାରୀ ଠିକ୍ ସମୟରେ ନ ଆସିବା ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରେ ଏମସିଏଚ୍ ବିଲଡିଂକୁ ଯାଇ କାର୍ଯ୍ୟ ତଦାରଖ କରିବା ସହ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଥିଲେ। ଚିକିତ୍ସାଳୟର ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos