ଆଇନଜୀବୀ ହେମନ୍ତ ସାହୁ ହତ୍ୟା ଘଟଣା: ପରିବାର ଲୋକଙ୍କୁ ଭେଟିଲେ ଓଡ଼ିଶା ନେସନାଲିଷ୍ଟ୍ ଲୟର୍ସ ଫୋରମର ଫ୍ୟାକ୍ ଫାଇଣ୍ଡିଙ୍ଗ୍ ଟିମ୍

ବୌଦ୍ଧ: ଓଡ଼ିଶା ନେସନାଲିଷ୍ଟ୍ ଲୟର୍ସ ଫୋରମର ଏକ ୫ ଜଣିଆ ଫ୍ୟାକ୍ ଫାଇଣ୍ଡିଙ୍ଗ୍ ଟିମ୍ ଆଜି ଆଇନଜୀବୀ ହେମନ୍ତ ସାହୁଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି। ଏହାସହ ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ମଧ୍ୟ ପରିଦର୍ଶନ କରିଛନ୍ତି। ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ସହ ତାଙ୍କ ପରିବାରବର୍ଗଙ୍କୁ ସୁରକ୍ଷା ଯୋଗାଇବାକୁ ପ୍ରଶାସନ ନିକଟରେ ଦାବି କରିବେ ବୋଲି ନେସନାଲିଷ୍ଟ୍ ଲୟର୍ସ ଫୋରମର ସଭାପତି ଘାସିରାମ ବ୍ରହ୍ମା କହିଛନ୍ତି।