ଆଜିଠାରୁ ଆଦିବାସୀ ମେଳା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ଆଦିବାସୀ ମେଳା।  ଏହି ମେଳାରେ ଆଦିବାସୀମାନଙ୍କର ଭଳିକି ଭଳି ପାରମ୍ପାରିକ ଜିନିଷପତ୍ର ଦେଖିବାକୁ ମିଳିବ। ବନ ପାହାଡ଼ ଘେରା ଆଦିବାସୀ ଅଞ୍ଚଳକୁ ନ ଯାଇ ମଧ୍ୟ ରାଜଧାନୀବାସୀ ଆଦିବାସୀଙ୍କ ଚଳନି ସମ୍ପର୍କରେ ଜାଣିପାରିବେ।  ଏହି ମେଳା ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଚାଲିବ।