ଆଜିଠୁ ତାଳଚେରର ହିଙ୍ଗୁଳା ଯାତ୍ରା

ଅନୁଗୋଳ: ଆଜିଠାରୁ ଆରମ୍ଭ  ହେଉଛି  ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଯାତ୍ରା। ଏଥିପାଇଁ ତାଳଚେରର ଗୋପାଳ ପ୍ରସାଦ ଗାଁ ଉତ୍ସବ ମୁଖର ହୋଇଉଠିଛି। ଚୈତ୍ରମାସ ଶୁକ୍ଳପକ୍ଷ ଚତୁଦର୍ଶୀ ତିଥିରେ ମା’ ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ହିଙ୍ଗୁଳା ପୀଠରେ ବହୁ ସଂଖ୍ୟାରେ  ଜନସମାଗମ ହୋଇଛି। ବିଶ୍ୱାସ ରହିଛି ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଆଶିଷ ଲାଭ କଲେ ପ୍ରତ୍ୟେକଟି କାର୍ଯ୍ୟରେ ବିଜୟ ହୋଇଥାଏ। ଏହି ଯାତ୍ରା ୯ ଦିନ ବ୍ୟାପି ଚାଲିବ।

ଭିଡ଼କୁ ଦୃଷ୍ଟରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।