ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆଳି ନିର୍ବାଚନ ମଣ୍ଡଳୀ ଗସ୍ତ, ବହୁମୁଖୀ ଆଶ୍ରୟସ୍ଥଳୀର କଲେ ଉଦଘାଟନ୍

ଆଳି: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବୁଧବାର ଆଳି ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ। ଏହି ଅବସରରେ ରାଜକନିକା ଗୋବିନ୍ଦପୁରଠାରେ ସାଂସଦ ପାଣ୍ଠିରୁ ନୂତନ ଭାବେ ନିର୍ମିତ ବହୁମୁଖୀ ଆଶ୍ରୟସ୍ଥଳୀକୁ ଉଦଘାଟନ୍ କରିଥିଲେ। ପରେ ଆଶ୍ରୟସ୍ଥଳୀ ବୁଲି ଦେଖିବା ସହ ଲୋକଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ଏଥିରେ ସାଂସଦଙ୍କ ସହ ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ପ୍ରତାପ ଦେବ, ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମାଳିକ ପ୍ରମୁଖ ଯୋଗ ଦେଇଥିଲେ।

ଏହାପରେ ଆଳି ବ୍ଳକ ଗସ୍ତ କରି ଜୁଆଣିଆଠାରେ ଅନୁଷ୍ଠିତ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।