ଅନୁଗୋଳ: କପଡ଼ା ଦୋକାନରେ ଭୟାବହ ଅଗ୍ନିକାଣ୍ଡ

ଅନୁଗୋଳ: ଅନୁଗୋଳ ସହରର ବଜାର ଛକରେ ଥିବା ଘାସିରାମ ମୋଦି ଆଣ୍ଡ୍‌ ସନ୍ସ ନାମକ ଏକ କପଡ଼ା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ  ପୋଡ଼ି ପାଉଁଶ  ହୋଇଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ କେମିତି ଲାଗିଲା ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।