ଅନୁଗୋଳ: ଜେଏସପିଏଲରେ ଦୁର୍ଘଟଣା, ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ

ଅନୁଗୋଳ: ଅନୁଗୋଳ ଜେଏସପିଏଲର ଡିଆରଆଇ ସାଇଟରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଉଛନ୍ତି ଅନୁଗୋଳ  ଜିଲ୍ଲାର ଖମାର ଥାନା ରେଙ୍ଗାଳିମୁଣ୍ଡା କଲୋନୀର ବିନୋଦ କୁମାର ସ୍ୱାଇଁ। ମଙ୍ଗଳବାର ରାତିରେ ଡିଆରଆଇ ସାଇଟରେ କାମ କରୁଥିବା ବେଳେ କନଭେୟର ବେଲ୍ଟରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିନୋଦ ଜେଏସପିଏଲର ଏକ ଠିକା ସଂସ୍ଥା ଅଧିନରେ ଅପରେଟର୍ ଭାବେ କାମ କରୁଥିଲେ।