ଅସହିଷ୍ଣୁତା ପ୍ରସଙ୍ଗ: ବାଲୁକାକଳା ମାଧ୍ୟମରେ ପୁରସ୍କାର ନ ଫେରାଇବାକୁ ସୁଦର୍ଶନଙ୍କ ଅନୁରୋଧ

ପୁରୀ: ଜାତୀୟସ୍ତରରେ ସମ୍ମାନିତ ବିଶିଷ୍ଟ ବ୍ୟକ୍ତିମାନେ ନିଜ ସମ୍ମାନପତ୍ର ଓ ପୁରସ୍କାର ରାଶିକୁ ଫେରାଇ ଦେବା ଘଟଣା ଏବେ ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ପୁରୀ ବେଳାଭୂମିରେ ଆନ୍ତର୍ଜାତୀକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକାଳ ଆୱାର୍ଡ ୱାପସି ତିଆରି କରିଛନ୍ତି। ଏଥିରେ ସେ ବିଶିଷ୍ଟ ବ୍ୟକ୍ତିମାନେ ସମ୍ମାନ ନ ଫେରାଇ ନିଜସ୍ୱ ଢଙ୍ଗରେ ମତ ସାବ୍ୟସ୍ତ କରିବାକୁ ଅନୁରୋଧ କରିଛନ୍ତି । ଏହାଦ୍ୱାରା ସେମାନଙ୍କ ପଦମର୍ଯ୍ୟାଦା ରହିପାରିବ ବୋଲି ସେ ବାଲୁକା କଳା ମାଧ୍ୟମରେ ଦର୍ଶାଯାଇଛନ୍ତି।