ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବଣାଇ ଗ୍ରସ୍ତ

ବଣାଇ: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ବଣାଇ ଗ୍ରସ୍ତରେ ଯାଉଛନ୍ତି। ସକାଳ ପ୍ରାୟ ୧୧ଟା୩୦ରେ ମୁଖ୍ୟମନ୍ତ୍ରୀ ବଣାଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ଅବସରରରେ ଲଲେଇ ଛକରେ ଥିବା ୮ଟି ପ୍ରକଳ୍ପର ଉଦଘାଟନ ମୁଖ୍ୟମନ୍ତ୍ରୀ କରିବାର କାର୍ଯ୍ୟକ୍ରମ ରହିଛି। ପରେ ବ୍ରାହ୍ମଣୀ ନଦୀରେ ନବ ନିର୍ମୀତ ଦ୍ୱିତୀୟ ସେତୁ ଉଦଘାଟନ ସହ ଜାଙ୍ଗଳରେ ୨୦କୋଟି ୪୧ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ତୃତୀୟ ସେତୁର ଶିଳାନ୍ୟାସ କରିବେ। ରାଜା ଧରଣୀଧର ଖେଳ ପଡ଼ିଆରେ ଏକ ସାଧାରଣ […]

cm

cm

Rakesh Mallick
  • Published: Monday, 23 November 2015
  • Updated: 23 November 2015, 02:01 PM IST

ବଣାଇ: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ବଣାଇ ଗ୍ରସ୍ତରେ ଯାଉଛନ୍ତି। ସକାଳ ପ୍ରାୟ ୧୧ଟା୩୦ରେ ମୁଖ୍ୟମନ୍ତ୍ରୀ ବଣାଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ଅବସରରରେ ଲଲେଇ ଛକରେ ଥିବା ୮ଟି ପ୍ରକଳ୍ପର ଉଦଘାଟନ ମୁଖ୍ୟମନ୍ତ୍ରୀ କରିବାର କାର୍ଯ୍ୟକ୍ରମ ରହିଛି। ପରେ ବ୍ରାହ୍ମଣୀ ନଦୀରେ ନବ ନିର୍ମୀତ ଦ୍ୱିତୀୟ ସେତୁ ଉଦଘାଟନ ସହ ଜାଙ୍ଗଳରେ ୨୦କୋଟି ୪୧ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ତୃତୀୟ ସେତୁର ଶିଳାନ୍ୟାସ କରିବେ।

ରାଜା ଧରଣୀଧର ଖେଳ ପଡ଼ିଆରେ ଏକ ସାଧାରଣ ସଭାରେ ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ ଓ ଇନ୍ଦିରା ଆବାସ ଗୃହ ଆଦି ବଣ୍ଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୨ଜଣ ଅତିରିକ୍ତ ଏସପି, ୪ ଡ଼ିଏସପି ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। ଆଇନଶୃଙ୍ଖଳା ଲାଗି ୧୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos