ଆଠଗଡ଼: ବଳଦ ଚୋରି କରି ନେଉଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ ,୨ ଆହତ

ଆଠଗଡ଼: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆସଡ଼କ ଗାଁରୁ ରବିବାର ବିଳମ୍ବିତ ରାତିରେ ବଳଦ ଚୋରି କରି ନେଇ ଯାଉଥିବା ବେଳେ ଏକ ଟାଟାଏସି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ବଳଦ ସମେତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ଲୋକ ଏକ ଟାଟାଏସି ଗାଡ଼ିରେ ନୂଆସଡ଼କ ଗାଁର ଜଣଙ୍କ ଗୁହାଳରୁ […]

athagada-accident

athagada-accident

Rakesh Mallick
  • Published: Monday, 28 March 2016
  • Updated: 28 March 2016, 06:05 AM IST

Sports

Latest News

ଆଠଗଡ଼: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆସଡ଼କ ଗାଁରୁ ରବିବାର ବିଳମ୍ବିତ ରାତିରେ ବଳଦ ଚୋରି କରି ନେଇ ଯାଉଥିବା ବେଳେ ଏକ ଟାଟାଏସି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ବଳଦ ସମେତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ଲୋକ ଏକ ଟାଟାଏସି ଗାଡ଼ିରେ ନୂଆସଡ଼କ ଗାଁର ଜଣଙ୍କ ଗୁହାଳରୁ ବଳଦ ଚୋରି କରି ନେଉଥିବା ବେଳେ ବଳଦଟି ବୋବାଇ ଥିଲା। ତେଣୁ ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା। ଗାଁ ଲୋକେ ଗାଡ଼ିଟିର ପିଛା କରିଥିଲେ। ତେଣୁ ଦ୍ରୁତ ଗତିରେ ଦୁର୍ବୃତ୍ତମାନେ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ତେବେ ଅଂଶୁପା ରୋଡ୍‌ରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos