ଆଠଗଡ଼: ପୁଣି ରାସ୍ତାରେ ହାତୀ ପଲ

ଆଠଗଡ଼: ଆଠଗଡ଼ ଦେଇ ଯାଇଥିବା ୫୫ ନମ୍ୱର ଜାତୀୟ ରାଜପଥ ଉପରେ ପୁଣି ହାତୀ ପଲ। ଆଜି ସନ୍ଧ୍ୟାରେ  ହାତୀ ପଲ ବଉଳ ଛକ ନିକଟରେ ରାସ୍ତା ଅତିକ୍ରମ କରିଥିଲେ। ଫଳରେ କିଛି ସମୟ ପାଇଁ ଏନ୍‌ଏଚ୍‌ରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ଏପରିକି ହାତୀମାନେ ରାସ୍ତା ପାର୍ଶ୍ୱରେ ଥିବା ଫାର୍ମ ହାଉସ୍‌ର କାନ୍ଥ ଭାଙ୍ଗି ଦେଇଥିଲେ।

ହାତୀ ପଲ ପୁଣି ଫେରିଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ବନ ବିଭାଗ ହାତୀ ପଲକୁ ଘଉଡାଇବାକୁ ଉଦ୍ୟମ ଚଳାଇଛନ୍ତି।