ଆଠଗଡ଼: କୂଅରେ ପଡ଼ି ଶିଶୁ ମୃତ

ଆଠଗଡ଼: ଆଠଗଡ଼ ଦୁର୍ଗାବଜାର ଅଞ୍ଚଳରେ କୂଅରେ ପଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ବାଙ୍କି ଥାନା ସୁବର୍ଣ୍ଣପୁରର। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅରୁ ଶିଶୁକୁ ଉଦ୍ଧାର କରିଥିଲା। ଏହାପରେ ତାକୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ।
ଆଠଗଡ଼ରେ ଥିବା ସଂପର୍କୀୟଙ୍କ ଘରକୁ ଶିଶୁଟି ବାପା ମା’ଙ୍କ ସହିତ ବୁଲି ଆସିଥିଲା।